ରାଜଗାଙ୍ଗପୁର ସହର ର ଉପାନ୍ତ ଅଞ୍ଚଳ ମାଲିଡିହି ଓ ରାଣୀ ପିୟା ରେ ମାକ୍ସ ବଣ୍ଟନ କରିବା ସହିତ କୋରୋନା ଭାଇରସ ର ସଚେତନା କାର୍ଯ୍ୟ କ୍ରମ କଲେ ରାଜଗାଙ୍ଗପୁର ସହର ର ପୂର୍ବତନ ବିଧାୟକଙ୍କ ସହଯୋଗି !

  • ସମଗ୍ର ଦେଶ ରେ କୋରୋନା ର ପ୍ରଭାବ ବଢିବାରେ ଲାଗି ଥିବା ବେଳେ ଭାରତ ରେ ମଧ୍ୟ ଏହାର ପ୍ରଭାବ ବଢିବା ରେ ଲାଗିଛି ଗତ ମାର୍ଚ୍ଚ ୨୪ ତାରିଖ ମଧ୍ୟ ରାତ୍ରି ରୁ ଏପ୍ରିଲ୧୪ ତାରିଖ ପ୍ରଯ୍ୟନ୍ତ ସମଗ୍ର ଦେଶ ଲକ ଡାଉନ ଥିବା ବେଳେ କୋରୋନା ଭାଇରସ ର ପ୍ରଭାବ ବଢିବାକୁ ଲାଗିବାରୁ ଲକଡାଉନ କୁ ମଇ ୩ ତାରିଖ ପ୍ରଯନ୍ତ ବଢ଼ାଇ ଦିଆ ଯାଇଛି ! ଲକ ଡାଉନ ସମୟ ରେ କୋରୋନା ସଚେତନା ଓ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ରାଜଗାଙ୍ଗପୁର ସହର ର ପୂର୍ବତନ ବିଧାୟକ ମଙ୍ଗଳା କିଶାନ ୧ ଲକ୍ଷ୍ୟ ଟଙ୍କା ଯୋଗାଇ ଦେଇ ଥିଲେ !ଏହି ଟଙ୍କା ରେ ମଙ୍ଗଳା କିଶାନ ଙ୍କ ସହଯୋଗି ତଥା ରାଜଗାଙ୍ଗପୁର ସହର ର ପୂର୍ବତନ ବିଜୁ ଜନତା ଦଳ ର ସଭାପତି ଅମରେଶ ପଣ୍ଡା ଓ ତାଙ୍କ ସହଯୋଗି ରାଜଗାଙ୍ଗପୁର ପୌର ପରିଷଦ ର ସମସ୍ତ ୱାର୍ଡ ରେ କୋରୋନା ଭାଇରସ ସମ୍ଭଧୀୟ ନୀତି ନିୟମ ଉପରେ ସଚେତନ କରିବା ସହିତ ମାକ୍ସ ବଣ୍ଟନ ଓ ଗରିବ ଲୋକ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି ଆସୁଥିଲେ !

    ଏପ୍ରିଲ୧୪ ତାରିଖ ରୁ ମଇ ୩ ତାରିଖ ପ୍ରଯନ୍ତ ଲକ ଡାଉନ ବଢ଼ି ଥିବା ବେଳେ ରାଜଗାଙ୍ଗପୁର ସହର ର ପୂର୍ବତନ ବିଧାୟକ ମଙ୍ଗଳା କିଶାନ ଙ୍କ ସହଯୋଗି ତଥା ରାଜଗାଙ୍ଗପୁର ସହର ର ପୁର୍ବତନ ବିଜୁ ଜନତା ଦଳ ର ସଭାପତି ଅମରେଶ ପଣ୍ଡା ଏପ୍ରିଲ୧୫ ତାରିଖ ବୁଧୁବାର ଦିନ ତାଙ୍କ ଦଳ ବଳ ସହିତ ରାଜଗାଙ୍ଗପୁର ସହର ର ଉପାନ୍ତ ଅଞ୍ଚଳ ମାଲିଡିହି ଓ ରାଣୀ ପିୟା ପ୍ରଭୁତ ଅଞ୍ଚଳ କୁ ଯାଇ ଗ୍ରାମ ର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ମାକ୍ସ ବ୍ୟବହାର କରିବା, ସାବୁନ ରେ ହାତ ଧୋଇବା ପରି କୋରୋନା ସମ୍ଭଧୀୟ ନୀତି ନିୟମ କୁ ସଚେତନ କରିଥିଲେ !ଏହା ଛଡା ଗ୍ରାମ ର ଲୋକଙ୍କୁ ମାକ୍ସ ବଣ୍ଟନ କରିବା ସହିତ ଗ୍ରାମ ବାସୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ଥିଲେ !ଏହି କାର୍ଯ୍ୟ କ୍ରମ ରେ ମାଲିଡିହି ସରପଞ୍ଚ ବିଜୟ ଲାକ୍ରା ଯୋଗ ଦେଇ ଥିବା ବେଳେ ମଙ୍ଗଳା କିଶାନ ଙ୍କ ସହଯୋଗି ରମେଶ କେଶରୀ, ବଜରଙ୍ଗ ରାଏ, ବିଶ୍ୱଜିତ ସାନ୍ତରା, ଅଟଳ ବିହାରୀ ପଣ୍ଡା, ନିହାର ସ୍ୱାଇଁ, ଅଶୋକ ମାଝୀ, ଶସ୍ମିତ ଦେ, ବବନ ରବାନୀ, ଯୋଗ ଦେଇ ନିଜେ କୋରୋନା ସମ୍ଭଧୀୟ ନୀତି ନିୟମ କୁ ପାଳନ କରି ଲୋକଙ୍କୁ ସଚେତନ କରି ଥିଲେ ! ହାରିବ କୋରୋନା ଜିତିବ ଭାରତ ଏହି ସ୍ଲୋଗାନ ଦେଇ ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଶାନ ଙ୍କ ସହଯୋଗୀ ମାନେ ରାଜଗାଙ୍ଗପୁର ସହର ର ମାଲିଡିହି ଓ ରାଣୀପିୟା ଗ୍ରାମ ରେ ବୁଲି ବୁଲି ଦି ପହର ରେ ରନ୍ଧା ଖାଦ୍ୟ ଓ ମାକ୍ସ ବଣ୍ଟନ କରିଥିଲେ !ଏହି କାର୍ଯ୍ୟ କ୍ରମ ଆଗାମୀ ଦିନ ରେ ମଧ୍ୟ ଜାରି ରହିବ ବୋଲି ପୁର୍ବତନ ବିଧାୟକ ମଙ୍ଗଳା କିଶାନ ଙ୍କ ସହଯୋଗି ଅମରେଶ ପଣ୍ଡା ପ୍ରକାଶ କରିଥିଲେ !

Published by Gramanchala Khabar

ସତ୍ୟ ଓ ନିର୍ଭୀକ ଖବର

Leave a comment

Design a site like this with WordPress.com
Get started