ରାଜଗାଙ୍ଗପୁର ସାପ୍ତାହିକ ହାଟ, ପୋଷ୍ଟ ଅଫିସ, କିଛି ଏଟିଏମ ରେ ପାଳନ ହେଉନି ସାମାଜିକ ଦୂରତା ! କୁତ୍ରା ସରକାରୀ ଡାକ୍ତର ଖାନା, ଜନବିକାଶ କେନ୍ଦ୍ର ଓ ରାସନ ବିତରଣ କେନ୍ଦ୍ର ରେ ମଧ୍ୟ ପାଳନ ହେଉନି ସାମାଜିକ ଦୂରତା !

କୋରୋନା ଭାଇରସ ର ପ୍ରକୋପ ବଢ଼ି ଚାଲି ଥିବା ବେଳେ ଏପ୍ରିଲ ୧୫ରୁ ମଇ ୩ ତାରିଖ ପ୍ରଯ୍ୟନ୍ତ ଲକ ଡାଉନ କୁ ବଢ଼ାଇ ଦିଆ ଯାଇ ଥିବା ବେଳେ ସାମାଜିକ ଦୂରତା, ମାକ୍ସ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆ ଯାଉଛି !ସାମାଜିକ ଦୂରତା ରକ୍ଷା କରିବା ଓ ମାକ୍ସ ବ୍ୟବହାର କରିବା ପାଇଁ ଶକ୍ତ ନିର୍ଦେଶ ଦେଇଥିବା ବେଳେ ଗୁରୁବାର ଓ ରବିବାର ରାଜଗାଙ୍ଗପୁର ଫୁଟବଲ ପଡିଆ ଠାରେ ବସୁଥିବା ସାପ୍ତାହିକ ହାଟରେ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିବା ବେଳେ ପରିବା ବିକାଳୀ ଓ ବହୁତ ଲୋକ ମାକ୍ସ ମଧ୍ୟ ବ୍ୟବହାର କରୁନଥିବା ଦେଖିବାର ମିଳିଛି !

ରାଜଗାଙ୍ଗପୁର ଫୁଟବଲ ପଡିଆ ପାଖରେଥିବା ମୁଖ୍ୟ ଡାକଘରେ ମଧ୍ୟ ଲାଇନରେ ଥିବା ଲୋକେ ସାମାଜିକ ଦୂରତା ରକ୍ଷା କରୁନଥିବା ବେଳେ ମାକ୍ସ ମଧ୍ୟ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା !ଏ ବାବଦରେ ରାଜଗାଙ୍ଗପୁର ଡାକଘରର ମୁଖ୍ୟଙ୍କୁ ପଚାରିବାରୁ ଲୋକେ ବୁଝୁ ନାହାନ୍ତି ଆମେ କଣ କରିବୁ ବୋଲି ବିଷୟକୁ ଗୁରୁତ୍ୱ ଭାବେ ନ ନେଇ ହାଲୁକା ଭାବେ ଉତ୍ତର ଦେଇଥିଲ !ରାଜଗାଙ୍ଗପୁର ପୌର କାର୍ଯ୍ୟ ନିର୍ବହୀଙ୍କୁ ମଧ୍ୟ ବଜାର ସମ୍ବନ୍ଧ ରେ ପଚାରିବାରୁ ଲୋକମାନେ ବୁଝୁ ନାହାନ୍ତି ବୋଲି ଉତ୍ତର ଦେଇଥିଲ !ରାଜଗାଙ୍ଗପୁର ର କିଛି ଏଟିଏମ ରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଦେଖିବାକୁ ମିଳିଛି !ଏହା ଛଡା କୁତ୍ରା ର ରାସନ ବିତରଣ କେନ୍ଦ୍ର, ସରକାରୀ ଡାକ୍ତର ଖାନା ଓ କୁତ୍ରା ବସଷ୍ଟାନ ପାଖରେ ଥିବା ଜନ ସେବା କେନ୍ଦ୍ରରେ ମଧ୍ୟ ସାମାଜିକ ଦୂରତା ଓ ମାକ୍ସ ବ୍ୟବହାର କରିବା ନିୟମ କୁ ଖୋଲା ଖୋଲି ଭାବରେ ଉଲ୍ଲଙ୍ଘନ କରାଯିବାର ଦେଖିବାକୁ ମିଳିଛି !ପୋଲିସ ପ୍ରଶାସନ ରାସ୍ତା ଉପରେ ନଜର ଦେବା ସହିତ ରାଶନ ବିତରଣ କେନ୍ଦ୍ର, ବ୍ୟାଙ୍କ, ପୋଷ୍ଟଅଫିସ, ଏଟିଏମ, ପରିବା ବଜାର ଉପରେ ଗୁରୁତ୍ୱ ଦେବାପାଇଁ ସାଧାରଣ ରେ ଚର୍ଚା ହେଉଛି !

Published by Gramanchala Khabar

ସତ୍ୟ ଓ ନିର୍ଭୀକ ଖବର

Leave a comment

Design a site like this with WordPress.com
Get started