ରାଜଗାଙ୍ଗପୁର.:-କୋରୋନା ଭାଇରସ ପାଇଁ ସମଗ୍ର ରାଜଗାଙ୍ଗପୁର ଲକ ଡାଉନ ଥିବା ବେଳେ ସାମ୍ବାଦିକ ଙ୍କ ପରିଚୟ ଯାଞ୍ଚ ପାଇଁ ବିଭିନ୍ନ ମହଲ ରୁ ଦାବି ହେଉଛି !ରାଜଗାଙ୍ଗପୁର ସହର କୋରୋନା ଭାଇରସ ପାଇଁ ଲକ ଡାଉନ ରହୁଥିବା ବେଳେ ରାଜଗାଙ୍ଗପୁର ଅଞ୍ଚଳ ରେ ନିଜକୁ ସାମ୍ବାଦିକ କହୁଥିବା ବହୁ ବ୍ୟକ୍ତି ସରକାରି କାର୍ଯ୍ୟକ୍ରମ ହେଉ କି ବେସରକାରି କାର୍ଯ୍ୟକ୍ରମ ହେଉ ସେଠାରେ ଦଳ ଦଳ ସାମ୍ବାଦିକ ଙ୍କୁ ଦେଖିବାକୁ ମିଳୁଛି ! ହାଟ ବଜାର ହେଉ କି ରୋଡ଼ ରାସ୍ତା ହେଉ ମୋବାଇଲ ଖଣ୍ଡେ ଧରି ବିଭିନ୍ନ ସ୍ଥାନ ରେ ଫୋଟ ଉଠାଉ ଥିବାର ଦେଖିବାକୁ ମିଳେ !
ଏହା ଛଡ଼ା ବିଭିନ୍ନ ସ୍ଥାନ ରେ ସାଧାରଣ ଲୋକଙ୍କ ଅପେକ୍ଷା ସାମ୍ବାଦିକ ଙ୍କ ଭିଡ଼ ଅଧିକ ଦେଖିବାକୁ ମିଳେ ! ଏମାନେ ପ୍ରକୃତ ରେ ସାମ୍ବାଦିକ କି ନୁହଁନ୍ତି ଜାଣିବା ପାଇଁ ପ୍ରଶାସନ ପକ୍ଷ ରୁ ସାମ୍ବାଦିକ ଙ୍କ ର ପରିଚୟ ପତ୍ର ଯାଞ୍ଚ ପାଇଁ ବିଭିନ୍ନ ମହଲ ରୁ ମତ ପ୍ରକାଶ ପାଇଛି ! ଏହା ଛଡ଼ା କିଛି ସାମ୍ବାଦିକ ମଧ୍ୟ ଲୋକଙ୍କ ର ଏହି ମତ କୁ ଗ୍ରହଣ କାରି ପୋଲିସ ପ୍ରଶାସନ ପକ୍ଷ ରୁ ସାମ୍ବାଦିକ ପରିଚୟ ପତ୍ର ଯାଞ୍ଚ କରିବା ଦିଗ ରେ ପଦକ୍ଷେପ ନେବା ଉଚିତ ବୋଲି ମତ ଦେଇଛନ୍ତି !
ସତ୍ୟ ଓ ନିର୍ଭୀକ ଖବର ଗ୍ରାମାଞ୍ଚଳ
ଖବର
ସାମ୍ବାଦିକ ଙ୍କ ପରିଚୟ ପତ୍ର ଯାଞ୍ଚ ପାଇଁ ଦାବି !