ସମଗ୍ର ଓଡିଶା ରେ କୋରୋନା ଭାଇରସ ଭୟ ଲାଗି ରହି ଥିବା ବେଳେ ଏପ୍ରିଲ ୧୨ତାରିଖ ରବି ବାର ଦିନ ସୁନ୍ଦରଗଡ଼ ଜିଲ୍ଲା ର ବିଶ୍ରା ଅଞ୍ଚଳ ରେ ଦୁଇ ଟି କୋରୋନା ପଜିଟିଭ ଚିନ୍ନଟ କରା ଯାଇଛି !

ଏହାକୁ ଆଖି ଆଗରେ ରଖି ରାଜଗାଙ୍ଗପୁର ସହର ର ସମସ୍ତ ଅଞ୍ଚଳ ରେ ଥିବା ଏଟି ଏମ କୁ କୋରୋନା ମୁକ୍ତ କରିବା ପାଇଁ ଶ୍ରୀ କ୍ଷେତ୍ର ପେଷ୍ଟ କଂଟ୍ରୋଲ ସରଭିସ ପକ୍ଷ ରୁ ରାଜଗାଙ୍ଗପୁର ସହର ରେ ଥିବା ସମସ୍ତ ଏଟିଏମ କୁ ସେନି ଟାଇଯେସନ କରିବା ଆରମ୍ଭ କରାଯାଇଛି ! ଏପ୍ରିଲ ୧୨ ତାରିଖ ରବିବାର ଦିନ ସକାଳୁ ରାଜଗାଙ୍ଗପୁର ସହର ର ସାପ୍ତାହିକ ହାଟ ପାଖ ରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ରୁ ସେନିଟାଇ ଜେସନ କାର୍ଯ୍ୟ ଆରମ୍ଭ କରି ଆଇ ସି ଆଇ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, ବସଷ୍ଟାଣ୍ଡ ଭଳି ରାଜଗାଙ୍ଗପୁର ସହର ର ଅନ୍ୟାନ ଜାଗାରେ ଥିବା ଏଟିଏମ କୁ ସେନିଟାଇଜ କରାଯାଇଥିଲା ! ଶ୍ରୀ କ୍ଷେତ୍ର ପେଷ୍ଟ କଂଟ୍ରୋଲ ସରଭିସ ର ପ୍ରଶାନ୍ତ କୁମାର ଦାସ, ଅକ୍ଷୟ ପ୍ରଧାନ, ସଞ୍ଜୟ ବହାଦୁର, ଏହି କାର୍ଯ୍ୟ ରେ ଭାଗ ନେଇ ଥିବା ବେଳେ ଆଗାମୀ ଦିନ ରେ ମଧ୍ୟ ଏହି କାର୍ଯ୍ୟ କୁ ତ୍ୱରାନ୍ନିତ କରାଯିବ ବୋଲି ପ୍ରକାଶ କରିଥିଲେ !
