ରାଜଗାଙ୍ଗପୁର ସହର ରେ ପୁରୁଣା ଝଗଡା କୁ ନେଇ ଫୁଟିଲା ଗୁଳି !ଯୁବକ ଆହତ !

ଆତ୍ମସମର୍ପଣ କଲେ ଅଭିଯୁକ୍ତ !ପୁଲିସ ତଦନ୍ତ ଜାରି !

ରାଜଗାଙ୍ଗପୁର..( ମନୋଜ ଭୋଳ )ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ୱାର୍ଡ ନମ୍ବର ୧ ର କୁମ୍ଭାର ପଡା ଠାରେ ପୁରୁଣା ଝଗଡା କୁ ନେଇ ବିକାଶ ଦାସ (ଜବାନି ) ନାମକ ଜଣେ ଯୁବକ ଶୁକ୍ରବାର ଦିନ ପାଖା ପାଖି ଦିନ ୧୧ଟା ସମୟ ରେ ଅର୍ଜୁନ ବଡାଇକ ନାମକ ଜଣେ ଯୁବକ ଙ୍କ ଉପରକୁ ପିସ୍ତଲ ରୁ ଗୁଳି ଚଳାଇ ଥିବା ବେଳେ ଗୁଳି ଟି ଅର୍ଜୁନ ବଡାଇକ ହାତରେ ବାଜି ଥିବାରୁ ସେ ଆହତ ହୋଇ ପଡିଛନ୍ତି ! ଗୁଳି ଚଳାଇବା ପରେ ବିକାଶ ଦାସ ରାଜଗାଙ୍ଗପୁର ପୋଲିସ ପାଖରେ ଆସି ଆତ୍ମସମର୍ପଣ କରିଥିଲା ! ପୁଲିସ ତଦନ୍ତ ଜାରି ରଖିଛି ! ଘଟଣା ରୁ ଜଣା ପଡିଛି ଯେ ବିକାଶ ଦାସ (ଜବାନି )ନାମକ ଜଣେ ଯୁବକ ରାଜଗାଙ୍ଗପୁର ସହର ୱାର୍ଡ ନମ୍ବର ୧ କୁମ୍ଭାର ପଡା ରେ ବସ ବାସ କରନ୍ତି !ଅନ୍ୟ ପଟେ ଅର୍ଜୁନ ବଡାଇକ ନାମକ ଯୁବକ ରାଜଗାଙ୍ଗପୁର ସହର ସ୍ଥିତ ଭାଟା ପଡା ରେ ବସ ବାସ କରନ୍ତି ! ଦୀର୍ଘ ତିନି ମାସ ତଳେ ଅର୍ଜୁନ ବଡାଇକ ଓ ବିକାଶ ଦାସ ଙ୍କ ମଧ୍ୟ ରେ କୋଣସି କାରଣ ନେଇ ଝଗଡା ହୋଇଥିଲା !ହେଲେ ଏପ୍ରିଲ ୧୦ ତାରିଖ ଶନିବାର ଦିନ ୧୦.୩୦ସମୟ ରେ ଅର୍ଜୁନ ବଡାଇକ କୋଣସି କାମ ରେ କୁମ୍ଭାର ପଡା ଆଡ଼କୁ ଆସି ଥିଲେ !ଏହି ସମୟ ରେ କୁମ୍ଭାର ପଡା ଠାରେ ଅର୍ଜୁନ ବଡାଇକ ଓ ବିକାଶ ଦାସ ଙ୍କ ମୁହାଁ ମୁହିଁ ଭେଟ ହୋଇଥିଲା ! ସେଠାରେ ପୁରୁଣା ଝଗଡା କୁ ନେଇ ଫୁଣି ବଚସା ହୋଇଥିଲା ! ବଚସା ହେବା ପରେ ବିକାଶ ନିଜ ଘରକୁ ଚାଲି ଯାଇ ଥିଲା ଏବଂ ଘରୁ ଏକ ପିସ୍ତଲ ଲୁଚାଇ ଘଟଣା ସ୍ଥଳକୁ ଆସି ଲୁଚାଇ ରଖିଥିବା ପିସ୍ତଲ ରୁ ଅର୍ଜୁନ ବଡାଇକ ଉପରକୁ ଗୁଳି ଚଳାଇ ଥିଲା !ଗୁଳି ଅର୍ଜୁନ ବଡାଇକ ହାତରେ ବାଜିଥିଲା !ଏହା ଦେଖି ବିକାଶ ଆଉ ଥରେ ଗୁଳି ଚଳାଇବାକୁ ପ୍ରୟାସ କଲା ବେଳେ ଅର୍ଜୁନ ବଡାଇକ ଭୟ ଭିତ ହୋଇ ସେଠାରୁ ଦୌଡ଼ି ପଳାଇ ଯାଇ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତର ଖାନାକୁ ପହଁଚି ଥିଲା !ବିକାଶ ଦାସ ଗୁଳି ଚଳାଇବା ପରେ ରାଜଗାଙ୍ଗପୁର ଥାନା କୁ ଆସି ଆତ୍ମ ସମର୍ପଣ କରିଥିଲା ! ଏ ନେଇ ପୋଲିସ ତଦନ୍ତ କରୁ ଥିବା ବେଳେ ଅର୍ଜୁନ ବଡାଇକ ର ଅବସ୍ଥା ଠିକ ଥିବା ଦେଖି ବାକୁ ମିଳିଛି !

Published by Gramanchala Khabar

ସତ୍ୟ ଓ ନିର୍ଭୀକ ଖବର

Leave a comment

Design a site like this with WordPress.com
Get started