ପୋଲିସ ଦ୍ୱାରା ମୃତ ଦେହ ଜବତ ! ବ୍ୟବଛେଦ ପରେ ଘର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର !
ଗ୍ରାମାଞ୍ଚଳ ଖବର
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ଓସିଏଲ ମାର୍କେଟ ଟେଲିଫୋନ ଗଳି ରେ ଚନ୍ଦା ଯାଦବ(୨୦) ନାମକ ଜଣେ ଯୁବତୀ ବୁଧୁବାର ଦିନ ସକାଳ ପାଖା ପାଖି ୭.୩୦ ରେ ନିଜ ବେକ ରେ ସାଲୁଆର ବାନ୍ଧି ଅତ୍ମହତ୍ୟା କରିଥିବା ବେଳେ ପୋଲିସ ମୃତ ଦେହ କୁ ଜବତ କରି ବ୍ୟବଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି ! ପୋଲିସ ସୂତ୍ର ରୁ ଜାଣିବାକୁ ମିଳିଛି ଓସିଏଲ ମାର୍କେଟ ଟେଲିଫୋନ ଗଳି ରେ ଚନ୍ଦା ଯାଦବ(୨୦)ତାଙ୍କ ପରିବାର ସହିତ ବସବାସ କରୁଥିଲେ ! ତାଙ୍କର ବାପା ରାମ ଜି ୟାଦବ ଦୀର୍ଘ ଦିନ ରୁ ମୃତ୍ୟୁ ବରଣ କରିଥିବା ଜଣା ପଡିଛି ! ବୁଧୁବାର ଦିନ ସକାଳେ ଚନ୍ଦା ଯାଦବ ତାଙ୍କ ରହିବା ଘର କୁ ଲାଗି ଥିବା ଷ୍ଟୋର ଭିତରକୁ ଯାଇ ଚିୟାର ରେ ଛିଡା ହୋଇ ଛାତରେ ଥିବା ପଙ୍ଖା ଲଗାଇବା ହୁକ ରେ ନିଜ ସାଲୁ ଆର କୁ ବାନ୍ଧି ବେକ ରେ ଫାସ ଲଗାଇ ଆତ୍ମହତ୍ୟା ର ପ୍ରୟାସ କରିଥିଲେ ! ତାଙ୍କ ଗଁ ଗଁ ପାଟି ଶବ୍ଦ ଶୁଣି ପାଖ ଘରେ ଥିବା ତାଙ୍କ ମାଆ ଏବଂ ଜଣେ ସ୍ତ୍ରୀ ଲୋକ ଘଟଣା ସ୍ଥଳ ରେ ପହଁଚି ସାଲୁଆର କୁ କାଟି ଚନ୍ଦା ୟାଦବଙ୍କୁ ତଳକୁ ଓଲ୍ଲାଇ ଥିଲେ ! ହେଲେ ସେତେ ବେଳକୁ ଚନ୍ଦା ଯାଦବ ଙ୍କ ପ୍ରାଣ ବାୟୁ ଉଡିଯାଇ ଥିବା ଜାଣିବାକୁ ପାଇ ଥିଲେ ! ଘଟଣା ପ୍ରଚାର ହେବା ପରେ ପଡୋଶୀ ଲୋକ ଘଟଣା ସ୍ଥଳ ରେ ପହଁଚି ପୋଲିସ କୁ ଖବର ଦେଇ ଥିଲେ ! ପୋଲିସ ଘଟଣା ସ୍ଥଳ ରେ ପହଁଚି ମୃତ ଦେହ କୁ ଜବତ କରିବା ସହିତ ରାଜଗାଙ୍ଗପୁର ସରକାରୀ ଡାକ୍ତର ଖାନାରେ ବ୍ୟବଛେଦ ପରେ ମୃତ ଦେହ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ ! ଏହି ଘଟଣା ପ୍ରଚାର ହେବା ପରେ ସମଗ୍ର ରାଜଗାଙ୍ଗପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଉଛି !