ଗ୍ରାମାଞ୍ଚଳ ଖବର
ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ଖାଡା ଗଲି ରେ ମଙ୍ଗଳବାର ଦିନ ଗ୍ୟାସ ପାଇପ ଲିକ ହୋଇ ଏକ ଘରେ ନିଆଁ ଲାଗିଥିବା ଜଣା ପଡିଛି ! ଘଟଣା ସୂତ୍ର ରୁ ପ୍ରକାଶ ଯେ ସ୍କାନ ଷ୍ଟିଲ ରେ କାଯ୍ୟ କରୁଥିବା ରାଜକିଶୋର ଓଝା ରାଜଗାଙ୍ଗପୁର ସହର ର ଖାଡା ଗଲି ରେ ରାଧେ ଶ୍ୟାମ ଶା ଙ୍କ ଘରେ ଭଡା ରେ ରହି ଆସୁ ଥିଲେ !ଆଜି ପ୍ରାୟ ସକାଳ ୬ ଟାରେ ତାଙ୍କ ରୋଷେଇ ଘରେ ଗ୍ୟାସ ପାଇପ ଲିକ ହୋଇ ନିଆଁ ଲାଗିଯାଇଥିଲା !ଘର ଭିତରୁ ଧୂଆଁ ବାହାରି ବାର ଦେଖି ଆଖ ପାଖ ରେ ଥିବା ଲୋକ ମାନେ ରାଜଗାଙ୍ଗପୁର ଦମ କଳ ବାହିନୀକୁ ଖବର ଦେଇ ଥିଲେ !ଖବର ପାଇ ରାଜଗାଙ୍ଗପୁର ଦମକଳ ବାହିନୀ ଓ ଓସି ଏଲ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଁଚି ନିଆଁ କୁ ଆୟତ୍ତ କରିଥିଲେ ! ଏହି ଘଟଣା ରେ କେହି ଆହତ ହୋଇ ନଥିବା ଜଣାପଡିଛି !ଦମକଳ ବାହିନୀ ସଠିକ ସମୟ ରେ ପହଁଚି କାର୍ଯ୍ୟ ଆରମ୍ଭ କରିବାରୁ ଏକ ବଡ଼ ଧାରଣ ର ଦୁର୍ଘଟଣା କୁ ଏଡାଇ ଦିଆଯାଇ ଥିବା ଜଣା ପଡଛି !