ରାଜଗାଙ୍ଗପୁର ପୋଲିସ ଦ୍ୱାରା ୭ ଜୁଆଡି ଗିରଫ !

ପୋଲିସ ଦ୍ୱାରା ୭ ଜୁଆଡି ଗିରଫ !

ନଗଦ ୧୨୯୯୦ଟଙ୍କା,୫ଟି ମୋବାଇଲ, ୩ଟି ମୋଟର ସାଇକଲ ଜବତ !

କୋରୋନା ଭାଇରସ କୁ ଆଖି ଆଗରେ ରଖି ଅଭିଯୁକ୍ତ ଙ୍କୁ ବେଲ ରେ ଛାଡିଲା ପୋଲିସ !

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଧୀନ ଲିପିଲୋଇ ପାନପଡା ଠାରେ ସୋମବାର ଦିନ ସନ୍ଧ୍ୟା ସମୟ ରେ ଏକ ଜୁଆ ଅଡ୍ଡା ଚାଲୁଥିବା ରାଜଗାଙ୍ଗପୁର ପୋଲିସ ଖବର ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳା ନନ୍ଦ ସାହୁ ସଦଳ ବଳେ ଜୁଆ ଅଡ୍ଡା ଉପରେ ଚଢ଼ଉ କରି ଥିଲେ ! ଜୁଆ ଅଡ୍ଡା ରେ ୭ ଜଣକୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ନଗଦ ୧୨୯୯୦ଟଙ୍କା, ୫ଟି ମୋବାଇଲ, ୩ଟି ମୋଟର ସାଇକଲ ଜବତ କରିଥିଲେ ! ଏବେ କୋରାନା ଭାଇରସ ଭୟ ଲାଗି ଥିବାରୁ ରାଜଗାଙ୍ଗପୁର ପୋଲିସ ଉକ୍ତ ଅଭିଯୁକ୍ତ ଦୁର୍ଗା ମାଝୀ, ମିହିଲାଲ ବାଦି, ସ୍ଵର୍ଣ କୁମାର ସିଂ, ପଣ୍ଡରୁ ଟପ୍ପୋ, ଲଳିତ ଟପ୍ପୋ, ଚନ୍ଦ୍ରୁ ବନଛୋର, ବ୍ରଜ ମାଝୀ,  ଙ୍କୁ ଥାନା ରୁ ବେଲ ଦେଇ ଛାଡି ଦେଇଥିଲେ ! ଏ ବାବଦ ରେ ରାଜଗାଙ୍ଗପୁର ଥାନା ଅଧିକାରୀ ଙ୍କୁ ପଚାରିବାରୁ ସେ ଏ ଘଟଣା ର ବିସ୍ତୃତ ବିବରଣୀ ଦେବା ସହ କୋରୋନା ଭାଇରସ ଭୟ ଲାଗିଥିବାରୁ ଅଭିଯୁକ୍ତ ଙ୍କୁ ବେଲ ଦେଇ ଛାଡି ଦେଇଥିବା ପ୍ରକାଶ କରିଥିଲେ !

Published by Gramanchala Khabar

ସତ୍ୟ ଓ ନିର୍ଭୀକ ଖବର

Leave a comment

Design a site like this with WordPress.com
Get started