କୁତ୍ରା ଅମର ମଳୁଆ ମାର୍କେଟ କମ୍ପ୍ଲେକ୍ସର ଏକ ମୋବାଇଲ ଦୋକାନରୁ ସଟର ଭାଙ୍ଗି ଚୋରି !
ତଦନ୍ତ ଜାରି ରଖିଛି କୁତ୍ରା ପୋଲିସ !
ଗ୍ରାମାଞ୍ଚଳ ଖବର
:-ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଧୀନ କୁତ୍ରା ବସ ଷ୍ଟାଣ୍ଡ ପାଖରେ ଥିବା ଅମର ମଳୁଆ ଙ୍କ ମାର୍କେଟ କମ୍ପ୍ଲେକ୍ସ ର ଏକ ମୋବାଇଲ ଦୋକାନ ର ସଟର ଭାଙ୍ଗି ସୋମବାର ଦିନ ରାତି ରେ କିଛି ମୋବାଇଲ ଚୋରି ହୋଇଥିବା ଜଣା ପଡିଛି ! କୁତ୍ରା ପୋଲିସ ଏ ବାବଦ ରେ ଅଧିକ ତଦନ୍ତ କରି ଚୋର ଙ୍କୁ ଧରିବାକୁ ପ୍ରୟାସ କରିଛି ! କୁତ୍ରା ବସ ଷ୍ଟାଣ୍ଡ ପାଖରେ ଅମର ମଳୁଆ ଙ୍କ ଏକ ମାର୍କେଟ କମ୍ପ୍ଲେକ୍ସ ରହିଛି !ଏହି ମାର୍କେଟ କମ୍ପ୍ଲେକ୍ସ ରେ ୫୦ରୁ ଉର୍ଦ୍ଧ ଦୋକାନ ଗୁଡିକ ରହି ଅଛି ! ସୋମବାର ଦିନ ରାତିରେ ଏହି କମ୍ପ୍ଲେକ୍ସ ରେ ଥିବା ଏକ ମୋବାଇଲ ଦୋକାନ ର ସଟର ତାଡି କିଛି ମୋବାଇଲ ଚୋରି କରି ନେଇଥିବା ଜଣା ପଡିଛି ! ମଙ୍ଗଳବାର ଦିନ ସକାଳେ ଅମରମଳୁଆ ଓ ତାଙ୍କ ପରିବାର ର ଲୋକ କମ୍ପ୍ଲେକ୍ସ ପଟେ ଆସିଥିବା ବେଳେ କମ୍ପ୍ଲେକ୍ସର ଏକ ମୋବାଇଲ ଦୋକାନ ର ସଟର ତଡା ଯାଇଥିବା ଦେଖିବାକୁ ପାଇଥିଲେ !ସେମାନେ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ ! ଦୋକାନ ମାଲିକ କୁତ୍ରା ଥାନା ଅଧୀନ ଖତକୁରବାହାଲ ଗ୍ରାମ ର ହୋଇଥିବା ବେଳେ ଖବର ପାଇ ଘଟଣା ସ୍ଥଳ ରେ ପହଁଚି ଘଟଣା ସମ୍ୱନ୍ଧ ରେ ଜାଣିବା ପରେ କୁତ୍ରା ପୋଲିସ ରେ ଲିଖିତ ଅଭିଯୋଗ କରିଥିଲେ ! ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରଜୁ କରି ଅଧିକ ତଦନ୍ତ କରୁଥିବା ସହିତ ଚୋର ଙ୍କୁ ଧରିବାକୁ ପ୍ରୟାସ କରୁଥିବା ଜଣାପଡିଛି !