ଗ୍ରାମାଞ୍ଚଳ ଖବର
ସୁନ୍ଦରଗଡ଼ ଜିଲ୍ଲା ବାଲି ଶଙ୍କରା ଠାରେ ନିଜ ପେଟ ପାଟଣା ପାଇଁ କଇଁଚି ଧାର ଓ କାନ ସଫା କରିବା ପାଇଁ ଉତ୍ତର ପ୍ରଦେଶ ରୁ ଆସି କୋରୋନା ଭାଇରସ ପାଇଁ ଲକଡାଉନ ରେ ଫସିରହିଥିବା ୧୫ ପରିବାର ପାଖା ପାଖି ୬୦ଜଣ ଲୋକଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପୁର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଓ ତାଙ୍କ ସହ ଧର୍ମିଣୀ ତଥା ବାଲିଶଙ୍କରା ବ୍ଲକ ଅଧକ୍ଷା ତ୍ରିବେଣୀ ମାଝୀ !କଇଁଚି ଧାର ଓ କାନ ସଫା କରି ନିଜ ପରିବାର ର ଗୁଜୁରାଣ ମେଣ୍ଟାଉଥିବା ପାଖା ପାଖି ୧୫ ପରିବାର କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲା ର ବାଲିଶଙ୍କରା ବ୍ଲକ ରେ ନିଜ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିଲେ ! ହେଲେ କୋରୋନା ଭାଇରସ ର ଭୟାଵହ ନେଇ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦ୍ଧେଶ କ୍ରମେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଓଡିଶା କୁ ଲକଡାଉନ କରିଥିଲେ ! ଫଳରେ ଉତ୍ତର ପ୍ରଦେଶ ଆସି ନିଜ ପରିବାର ପେଟ ପୋଷୁଥିବା ୧୫ ପରିବାର ର ପାଖା ପାଖି ୬୦ସଦସ୍ୟ ଫସି ରହି ଯାଇଥିଲେ ! ସେମାନଙ୍କ ଖାଦ୍ୟ ପେୟ ରେ ଅସୁବିଧା ଦେଖି ବିଧାୟକ ପ୍ରଫୁଲ୍ଲ ମାଝୀ ଓ ତାଙ୍କ ସହ ଧର୍ମିଣୀ ଗତ ପାଞ୍ଚ ଦିନ ପୂର୍ବ ରୁ ଉକ୍ତ ପରିବାର ଙ୍କୁ ଚାଉଳ, ଡାଲି, ପନିପରିବା, ଯୋଗାଇ ଦେଇ ଆସୁଛନ୍ତି !ସେ ଲକଡାଉନ ଚାଲିଥିବା ପ୍ରଯ୍ୟନ୍ତ ଉକ୍ତ ଅସହାୟ ପରିବାରଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶୁତି ଦେଇଛନ୍ତି ! ଏହା ଛଡା ବିଧାୟକ ଓ ତାଙ୍କ ସହ ଧର୍ମିଣୀ ବାଲିଶଙ୍କରା ବ୍ଲକ ର ୧୯ଟି ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମ କୁ ବୁଲି ଅସହାୟ ଲୋକଙ୍କୁ ବିସ୍କୁଟ, ପାଣି, ଚାଉଳ, ଡାଲି, ଓ ପନିପରିବା ଯୋଗାଇ ଦେଇ ଆସୁଛନ୍ତି ! ଲକଡାଉନ ଚାଲି ଥିବା ପର୍ଯ୍ୟନ୍ତ ସେ ଅସହାୟ ଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି ! ବାଲିଶଙ୍କରା ବ୍ଲକ ର ପ୍ରତି ଗ୍ରାମପଞ୍ଚାୟତ ରେ ଥିବା ଅସ୍ଥାୟୀ ଚିକିସ୍ୟା କେନ୍ଦ୍ର କୁ ଯାଇ ସୁବିଧା ଅସୁବିଧା ତଦାରଖ କରିବା ଜଣା ପଡିଛି ! ତାଙ୍କର ଏ ଭଳି ମହତ କାର୍ଯ୍ୟ କୁ ବାଲିଶଙ୍କରା ବ୍ଲକ ତଥା ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସ୍ୱାଗତ କରାଯାଇଛି !