ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ତଥା ରାଜଗାଙ୍ଗପୁର ଥାନା ଲାଞ୍ଜିବାନା ଫାଣ୍ଡି ଅଧୀନ ତରକେରା ଗ୍ରାମ ଦେଇ ବହି ଯାଇ ଥିବା ଶଙ୍ଖ ନଦୀ ପାଣି ରୁ ଶନିବାର ଦିନ ରାତି ପ୍ରାୟ ପାଖା ପାଖି ୧୦.୩୦ବେଳ କୁ ଏକ ଅଜଣା ଯୁବକ(୪୦)ର ମୃତ ଦେହ କୁ ରାଜଗାଙ୍ଗପୁର ପୋଲିସ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତର ଖାନା କୁ ପଠାଇଥିବା ଜଣା ପଡିଛି ! ଘଟଣା ରୁ ପ୍ରକାଶ ଯେ ଶନିବାର ଦିନ ତରକେରା ଦେଇ ଯାଇଥିବା ଶଙ୍ଖ ନଦୀ ପାଣି ରେ ଏକ ଯୁବକ ର ମୃତ ଦେହ ଭାସୁଥିବା କିଛି ଗ୍ରାମ ବାସି ଦେଖି ବାକୁ ପାଇ ଥିଲେ ! ସେମାନେ ପ୍ରଥମେ ରାଇବଗା ଥାନା କୁ ଫୋନ ମାଧ୍ୟମ ରେ ଜଣାଇଥିଲେ !ରାଏବଗା ପୋଲିସ ଘଟଣା ସ୍ଥଳ ରେ ପହଁଚି ସେ ସ୍ଥାନ ଟି ତାଙ୍କ ଥାନା ଅଧୀନ ରେ ଆସୁ ନଥିବା କହି ଫେରି ଯାଇଥିଲେ !ପରେ ଫୁଣି ଗ୍ରାମ ବାସି ମାନେ ଲାଞ୍ଜିବାନା ଫାଣ୍ଡି କୁ ଖବର ଦେଇ ଥିଲେ ! ଲାଞ୍ଜିବାନା ଫାଣ୍ଡି ଓ ରାଜଗାଙ୍ଗପୁର ପୋଲିସ ଶନିବାର ଦିନ ସନ୍ଧ୍ୟା ରେ ଘଟଣା ସ୍ଥଳ ରେ ପହଁଚି ଥିଲେ !ନଦୀ ପାଣି ରୁ ମୃତ ଦେହ ପୁଲିସ ରାତି ପାଖା ପାଖି ୯.୩୦ରୁ ୧୦ଟା ମଧ୍ୟ ରେ ବାହାର କରି ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତର ଖାନା କୁ ପଠାଇଛି !ଯୁବକ କୁ ହତ୍ୟା କରାଯାଇ ପାଣି ରେ ଫୋପାଡ଼ି ଦିଆ ଯାଇଥିବା ଚର୍ଚା ହେଉଥିବା ବେଳେ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳା ନନ୍ଦ ସାହୁ ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି !


