ପୂର୍ବତନ ବିଧାୟକ ମଙ୍ଗଳା କିଷାନଙ୍କ ସାହାଯ୍ୟ କ୍ରମେ ପୁର୍ବତନ ବିଜେଡି ଟାଉନ ସଭାପତି ଅମରେଶ ପଣ୍ଡା ଙ୍କ ନେତୃତ୍ୱ ରେ ଝପୁଡି ପଡା ଓ କିଷାନ ପଡା ଓ ରାଜଗାଙ୍ଗପୁର ର ବିଭିନ୍ନ ଅଞ୍ଚଳ ରେ ଅସହାୟ ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ !

ରାଜଗାଙ୍ଗପୁର :-କୋରୋନା ଭାଇରସ କୁ ନେଇ ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ସହର ର ସମ୍ପୂର୍ଣ ଲକଡାଉନ ଥିବା ବେଳେ ଶ୍ରମିକ ଓ ଖଟି ଖିଆ ଙ୍କୁ ଖାଦ୍ୟ ଠୁ ନେଇ ବିଭିନ୍ନ ସମସ୍ୟା ଭୋଗିବାକୁ ପଡୁଛି ! ଏହାକୁ ଆଖି ଆଗରେ ରଖି ରାଜଗାଙ୍ଗପୁର ପୂର୍ବତନ ବିଧାୟକ ମଙ୍ଗଳା କିଷାନ ସହର ରେ ଲକଡାଉନ ଥିବା ପ୍ରଯ୍ୟନ୍ତ ଅସହାୟ ଲୋକଙ୍କୁ ଖାଦ୍ୟ, ପାଣି, ଓ ବିଭିନ୍ନ ସାହାଯ୍ୟ କରିବା ପାଇଁ ଜାରି କରିଥିଲେ ! ତାଙ୍କ ଘୋଷଣା ମୁତାବକ ବିଜେଡି ର ପୁର୍ବତନ ଟାଉନ ସଭାପତି ଅମରେଶ ପଣ୍ଡା, ବିଜେଡି ର ଟାଣୁଆ ନେତା ରାମ କୁଜୁର, ଅମୀୟ ରଞ୍ଜନ ଦାସ, ରମେଶ କେଶରୀ, ବିଶ୍ୱଜିତ ସାନ୍ତରା, ବଜରଙ୍ଗ ରାଏ,ମଳୟ ଚନ୍ଦ୍ର ନାୟକ, ଅଟଳ ପଣ୍ଡା, ପ୍ରମୁଖ ଝପୁଡି ପଡା, କିଷାନ ପଡା, ଓ ରାଜଗାଙ୍ଗପୁର ର ବିଭିନ୍ନ ଅଞ୍ଚଳ ରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ! ସେମାନେ ରନ୍ଧା ଖାଦ୍ୟ ବଣ୍ଟନ ସମୟ ରେ ସାମାଜିକ ଦୁରତା, ମାକ୍ସ ବ୍ୟବହାର ଭଳି କୋରୋନା ସମ୍ବଧୀୟ ସମସ୍ତ ନୀତି ନିୟମକୁ ପାଳନ କରିଥିବା ଦେଖିବାକୁ ମିଳିଥିଲା !ସେମାନେ ଲକଡାଉନ ଚାଲିଥିବା ପ୍ରଯ୍ୟନ୍ତ ରାଜଗାଙ୍ଗପୁର ସହର ର ସମସ୍ତ ଅସହାୟ ଲୋକଙ୍କୁ ବିଭିନ୍ନ ଦିଗରେ ପାରୁ ପ୍ରଯ୍ୟନ୍ତ ସାହାଯ୍ୟ ସହଯୋଗ କରିବା ସାଙ୍ଗକୁ ଅସହାୟ ଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଅମରେଶ ପଣ୍ଡା ପ୍ରକାଶ କରିଛନ୍ତି ! ତାଙ୍କର ଏଭଳି ମହତ କାର୍ଯ୍ୟ କୁ ରାଜଗାଙ୍ଗପୁର ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସ୍ୱାଗତ କରାଯାଇଛି !

Published by Gramanchala Khabar

ସତ୍ୟ ଓ ନିର୍ଭୀକ ଖବର

Leave a comment

Design a site like this with WordPress.com
Get started